ମହାରାଷ୍ଟ୍ର ଓ ଝାଡ଼ଖଣ୍ତରେ କିଏ ଗଢ଼ିବ ସରକାର

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ରେଜଲ୍ଟ

ଆଜି ଆସିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ତ ବିଧାନସଭା ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୧୯ରେ ନିର୍ବାଚନରୁ ମହାରାଷ୍ଟ୍ର ନିର୍ବାଚନରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଥିଲା । ତିନି ଜଣ ମୁଖ୍ୟମନ୍ତ୍ରୀ ଓ ୪ ଜଣ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ରିହିସାରିଲେଣି । ତେବେ ଏଥର ଝାଡ଼ଖଣ୍ତ ରାଜନୈତିକ ମାହୋଲ ମଧ୍ୟ ଖୁବ ସରଗରମ ରହିଥିଲା । ତେବେ ଆସନ୍ତାକାଲି ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ଦେଶର ନଜର । ବର୍ତ୍ତମାନ ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଅଧିକାଂଶ ଏକଜିଟ ପୋଲର ରିପୋର୍ଟ ଅନୁସାରେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। ଚାଣକ୍ୟ ଷ୍ଟ୍ରାଟେଟିଜ୍‌ ଏକ୍‌ଜିଟ୍‌ ପୋଲ୍‌ ମହାୟୁତି ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି । ଏକ୍‌ଜିଟ୍‌ ସର୍ଭେ ଅନୁଯାୟୀ ଭାଜପା ସହଯୋଗୀ ଦଳ ୧୫୨-୧୬୦ ସିଟ୍‌ ପାଇବ । କଂଗ୍ରେସ ମିଳିତ ମେଣ୍ଟ ୧୩୦-୧୩୮ ସିଟ୍‌ ପାଇବ ବୋଲି ଆଶା କରାଯାଉଛି ।

ମହାରାଷ୍ଟ୍ରରେ ଏହା ପୂର୍ବରୁ ଉଭୟ ମହାୟୁତି ଓ ମହାବିକାଶ ଅଘାଡି ସମାନ ଦୃଢୋକ୍ତି ନେଇ ମୁହାଁମୁହିଁ ହୋଇଛନ୍ତି । ମହାୟୁତି କହୁଛି ଆମେ ଗଢ଼ିବୁ ସରକାର, ସମାନ କଥା ଉପରେ ଦାବି କରୁଛି ମହାବିକାଶ ଅଘାଡି । ପୂର୍ବଥରର ନିର୍ବାଚନ ତୁଳନାରେ ଏଥରକ ମହାରାଷ୍ଟ୍ର ରାଜ୍ୟ ରାଜନୀତିର ରୂପରେଖ ପ୍ରାୟ ବଦଳିଛି । ଏଥରକ ବିଜେପି, ଶିବସେନା ସିନ୍ଦେ, ଏନସିପି ଅଜିତ ପାୱାରଙ୍କ ମହାୟୁତି ଓ ଶିବସେନା ଉଦ୍ଧବ ଗୋଷ୍ଠୀ, ଏନସିପି ଶରଦ ପାୱାର ଓ କଂଗ୍ରେସର ମହାବିକାଶ ଅଘାଡି ମଧ୍ୟରେ କଡ଼ା ଟକ୍କର ହୋଇଛି ।

Leave a Reply

Your email address will not be published. Required fields are marked *