ମହାରାଷ୍ଟ୍ରରେ ଏକାକୀ ୧୩୩ ଆସନରେ ବିଜେପି ବିଜୟୀ
ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୨୯ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୩ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ବାଜିମାତ୍ ପରେ, ଚାରିଆଡ଼େ ଜୋରଦାର ସେଲିବ୍ରେସନ୍ । କର୍ମୀଙ୍କ ଠୁ ଟପ୍ ନେତା, ସମସ୍ତେ ଉତ୍ସାହିତ, ଉଲ୍ଲସିତ । ମହାବିଜୟ ପରେ ପରସ୍ପରକୁ ମିଠା ଖୁଆଇଛନ୍ତି ମହାୟୁତି ମେଣ୍ଟର ୩ ଟପ୍ ନେତା ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡ଼ନାଭିସ୍ ଓ ଅଜିତ ପାୱାର ।