ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ

ସରିଲା ଭୋଟ: ଆସିଲା ଏକଜିଟ ପୋଲ୍‌

ମହାରାଷ୍ଟ୍ର ଓ ଝାରଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଛି।ବିଭିନ୍ନ ଏକଜିଟ ପୋଲର ଆକଳନ କହୁଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣି ସରକାର ଗଠନ କରିବ। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।

ଏହି ସଂସ୍ଥା ଆହୁରି କହିଛି ଯେ ମହାରାଷ୍ଟ୍ରରେ ବିଜେପି ଏକାକୀ ୮୯ରୁ ୧୦୧, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନସିପି(ଶରଦ ପାୱାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକରେ) ୨୧ରୁ ୨୯ ଓ ଏନସିପି(ଅଜିତ ପାୱାର) ୧୭ରୁ ୨୬ଟି ଆସନ ଜିତିବ। 

ପି-ଏମଆରକ୍ୟୁ ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତିବେ।

ପିପୁଲ୍ସ ପ୍ଲସ କହିଛି ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ। 

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବିଜେପି ମେଣ୍ଟ ୧୫୨ରୁ ୧୬୦, ଏମଭିଏ ୧୩୦ରୁ ୧୩୮ ଓ ଅନ୍ୟାନ୍ୟ ଦଳ ୬ରୁ ୮ଟି ଆସନ ଜିତିବେ। 

ସ୍ଥାନୀୟ ଏଜେନ୍ସି ଲୋକସାହି ମରାଠୀ-ରୁଦ୍ରର ଏକଜିଟ ପୋଲ କିନ୍ତୁ ଭିନ୍ନ କଥା କହୁଛି। ସଂସ୍ଥାର କହିବା କଥା ଯେ ଏଠାରେ କୌଣସି ରାଜନୀତିକ ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୪୫ ମିଳିବ ନାହିଁ। ବିଜେପି ମେଣ୍ଟ ୧୨୮ରୁ ୧୪୨, ଏମଭିଏ ୧୨୫ରୁ ୧୪୦ ଓ ଅନ୍ୟାନ୍ୟ ଦଳ ୧୮ରୁ ୨୩ଟି ଆସନ ଜିତିବେ। 

Leave a Reply

Your email address will not be published. Required fields are marked *