‘ଶ୍ରୀମନ୍ଦିର ବାହାରେ ବିକ୍ରି ଖଜା ନୁହେଁ ମହାପ୍ରସାଦ’
ପୁରୀ ବଡ଼ଦାଣ୍ଡରେ ବିକ୍ରି ହେଉଥିବା ଅପମିଶ୍ରତ ଖଜା ଉପରେ ପ୍ରଶାସନର ଛାଟ। କନକ ନ୍ୟୁଜର ମହାପ୍ରଭାବ । କିଛି ଅସାଧୁ ବ୍ୟବସାୟୀ ନିମ୍ନମାନର ଖଜା ବିକ୍ରି କରୁଥିବା ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ ବୋଲି ସିଧା ସିଧା ମନା କରିଦେଇଛି ଜିଲ୍ଲା ପ୍ରଶାସନ । ଏହାକୁ ମହାପ୍ରସାଦ ଭାବି କିଣନ୍ତୁ ନାହିଁ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।