ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ନୀତି

ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ । ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି । ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିବାରୁ ଅସତ୍ୟ ଉପରେ ସତ୍ୟର ବିଜୟ ଭାବେ ବିଜୟାଦଶମୀ ପାଳନ କରାଯାଏ । ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପରୁ ନେଇ ଚତୁର୍ଦିଗ ବେଦ, ମନ୍ତ୍ର, ଶଙ୍ଖ ନାଦ ଓ ଘଣ୍ଟା ଘଣ୍ଟାରେ କମ୍ପୁଛି । ଗତକାଲି ଶକ୍ତିପୀଠଗୁଡିକରେ ଜଗତଜନନୀ ମା’ ଦୁର୍ଗାଙ୍କର ଦଶମୀପୂଜା ହୋଇଥିବା ବେଳେ ଆଜି ମଣ୍ଡପ ଗୁଡିକରେ ଦଶମୀପୂଜା ଆରମ୍ଭ ହୋଇଯାଇଛି । ଏହିକ୍ରମରେ 12ମାସରେ 13 ପର୍ବ ପାଳନ କରାଯାଉଥିବା ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ବିଜୟାଦଶମୀ ନୀତି ଅନୁଷ୍ଠିତ ହେବ । ସୁନାବେଶ ବା ରାଜରାଜଶ୍ୱେର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । କିରିଟି , ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି ସ୍ବର୍ଣ୍ଣଅଳଙ୍କାରରେ ବିଭୂଷିତ ହେବେ ଜଗତ ଠାକୁର। ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ। ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ। ଆଜି ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ ।