ମହାକୁମ୍ଭରେ ୧୧ ଦିନରେ ବୁଡ ପକାଇଲେଣି ୧୦କୋଟି
ଜମୁଛି ମହାକୁମ୍ଭ ମେଳା । ୧୧ ଦିନରେ ବୁଡ ପକାଇଲେଣି ୧୦କୋଟିରୁ ଅଧିକ ଲୋକ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦଶ କୋଟିରୁ ଅଧିକ ଟପିଯାଇଛି । ତ୍ରିବେଣୀ ସଂଗମରେ ଦଶ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ଗୁରୁବାର ସୁଧା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦଶ କୋଟି ଟପିଥିବା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ନିୟମିତ ଆସି ବୁଡ ପକାଇବା ସବ ପୂଣ୍ୟ ଅର୍ଜନ କରୁଛନ୍ତି । ଗୁରୁବାର କେବଳ ସଂଗମରେ ତିରିଶି ଲକ୍ଷ ଲୋକ ପବିତ୍ର ବୁଡ ପକାଇଛନ୍ତି । କୁହାଯାଉଛି ଯେ, ଚଳିତବର୍ଷ ମହାକୁମ୍ଭ ମେଳାରେ ୪୫ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବ ।