ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ
ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ । ସେପଟେ କାଲି ଜାଗର ଥିବାରୁ ରାସ୍ତାକୁ ପ୍ରଶସ୍ତ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।
