ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ

ଆଜି ପଞ୍ଚୁକର ଦ୍ଵିତୀୟ ଦିନ

ପଞ୍ଚୁକରେ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବା ବେଳେ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଗତକାଲି ପ୍ରଥମ ଦିନରେ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ ମହାବାହୁ ।

ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେବେ ଏହି ପଞ୍ଚୁକ ବ୍ରତ ଧାରଣ କରିଥିବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିରରେ ହବିଷ ପାଳନ କରିବା ସହ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରୁଛନ୍ତି । ପୂଣ୍ୟ ମାସ କାର୍ତ୍ତିକରେ ଏହି ପଞ୍ଚୁକ ଅତ୍ୟନ୍ତ ଶୁଭ ଦାୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।