୧୭ରେ ଲୋକାର୍ପଣ, ଆଜିଠୁ ଆରମ୍ଭ ହୋଇଛି ମହାଯଜ୍ଞ

ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର

୧୭ ତାରିଖରେ ହେବ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଆଜିଠୁ ଆରମ୍ଭ ହୋଇଛି ମହାଯଜ୍ଞ । ତିନି ଦିନ ଧରି ଚାଲିବ ଏହି ହୋମଯଜ୍ଞ । ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର । ବେଦ ଉଚ୍ଚାରଣ ଓ ମନ୍ତ୍ରଧ୍ୱନିରେ ମୁଖରିତ ପରିବେଶ। ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞକୁଣ୍ଡରେ ସଂଯୋଗ ହେବା ପରେ ଯଜ୍ଞ ଆରମ୍ଭ ହୋଇଛି । ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଣ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ବେଦପାଠ ବ୍ୟବସ୍ଥା ହୋଇଛି । ସିଂହଦ୍ୱାରରେ ଋକ୍ବେଦ, ପଶ୍ଚିମଦ୍ୱାରରେ ସାମବେଦ, ଉତରଦ୍ୱାରରେ ଅର୍ଥବବେଦ ଏବଂ ଦକ୍ଷିଣ ଦ୍ୱାରରେ ଯର୍ଜୁବେଦ ପାଠ କରାଯିବ । ୧୭ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁରୀ ପୋଲିସ ।