କାଲି ମହାଶିବରାତ୍ରୀ, ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

କାଲି ମହାଶିବରାତ୍ରି, ରାତି ୧୦ରେ ଉଠିବ ମହାଦୀପ

କାଲି ମହାଶିବରାତ୍ରୀ। ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ରାତି ୧୦ରେ ଉଠିବ ମହାଦୀପ । ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ। ଦିନ ୧୨ଟାରୁ ୧୨ଟା ୪୫ ଯାଏଁ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ। ଅପରାହ୍ଣ ୧୨ଟା ୪୫ରୁ ୨ଟା ୩୦ ଯାଏଁ ସୂର୍ୟ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ସକାଳ ଧୂପ ହେବ। ଦିନ ୨ଟା ୪୫ରୁ ୩ଟା ୪୫ ଭୋଗ ମଣ୍ଡପ, ସଂଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସଂଧ୍ୟା ଆଳତୀ, ୭ଟା ୩୦ରୁ ୮ଟା ୧୦ ଶ୍ରୀଜିଉଙ୍କ ମାଜଣା, ରାତି ୮ଟା ୧୦ରୁ ୮ଟା ୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତି ୧୦ଟା ଶ୍ରୀଜିଉଙ୍କ ସଂଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହେବ। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ନିଷ୍ପତ୍ତି ହୋଇଛି।