ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସାରା ସହର

ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମାଆଙ୍କ ସପ୍ତମୀ ପୂଜା

ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସାରା ସହର। ମନ୍ତ୍ର, ଶଙ୍ଖ ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ। ଆଜି ପୀଠରେ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ମା ଦୁର୍ଗାଙ୍କର ସପ୍ତମୀ ପୂଜା ଚାଲିଛି । ବିଶେଷ ରୀତିନୀତିରେ ମା’ଙ୍କର ପୂଜା ଆରମ୍ଭ ହେବ । ସକାଳୁ ସୂର୍ଯ୍ୟପୂଜା, ଗୋ ପୂଜା କରାଯାଇଛି। ଏହାପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମା’ଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯିବ।ଗତକାଲି ରାତିରେ ସମସ୍ତ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ମହାଷଷ୍ଠୀରେ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା। ଏହାପରେ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇ ବେଲ ବୃକ୍ଷରୁ ଆଜ୍ଞାମାଳ ଆଣି ମା’ଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ ଅଧିବାସ ସମ୍ପନ କରାଯାଇଛି।

Leave a Reply

Your email address will not be published. Required fields are marked *