ଦମ୍ପତିଙ୍କ ନିକଟରୁ ଜବତ ହେଲା ୨୫ରୁ ଊର୍ଦ୍ଧ୍ଵ ବିଷଧର ସାପ !
ରାଜ୍ୟରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ଘଟିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ବିଷଧର ସାପ ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗର ସ୍ପେଶାଲ ସ୍କ୍ବାର୍ଡ। ରାଜ୍ୟ ବାହାରକୁ ହେଉଥିଲା ବିଷଧର ସାପ ଚୋରା ଚାଲାଣ। ବିଭିନ୍ନ ସମୟରେ ବନ ବିଭାଗ ଆଖିର ଧୁଳି ଦେଇ ଶିକାରୀ କରିଥାଏ ଅବାଧ ପଶୁ ଶିକାର । ହେଲେ ଏଥର ସାପ ଚୋରା ଚାଲାଣ କଥା ସାମ୍ନାକୁ ଆସିଛି । କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କରି ୩ ଜଣଙ୍କୁ ଗିରଫ କରିଛି ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ଏହାସହ ୨୫ରୁ ଅଧିକ ସାପ ଜବତ କରିଛି । ଏଥିରେ ଅନେକ ନାଗ ସାପ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ନୂଆଗାଁ, ପଞ୍ଚୁପାଲି ଅଞ୍ଚଳର ଦଣେ ଦମ୍ପତି ଏହି ରାକେଟ୍ ଚଳାଇଥିଲେ । ସାପ ଚାଲାଣ ରାକେଟ୍ ବିଷୟରେ ଖବର ପାଇବା ପରେ ସମ୍ପୃକ୍ତ ଦମ୍ପତିଙ୍କ ଘରେ ଚଢଉ କରିଥିଲା ଚାନ୍ଦିପୁର ବନବିଭାଗ । ଆଉ ଏହି ସମୟରେ ସେମାନଙ୍କ ପାଖରେ ଅନେକବିଷଧର ସାପ ଜବତ ହୋଇଥିଲା । ଏବେ ସାମ୍ନାକୁ ଆସିଲା ସାପ ଚୋରା ଚାଲାଣର ପୁରା ଚିତ୍ର । କିଏ ଏହାର ମାଷ୍ଟର ମାଇଣ୍ଡ , କେଉଁଠାକୁ ହେଉଥିଲା ସାପ ଚାଲାଣ । ତାହା ଏବେ ତଦନ୍ତ କରିବ ବନ ବିଭାଗ ।
