ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା
ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ । ଯିବା ଆସିବା ଫ୍ଲାଇଟ୍ ଟିକେଟ, ରହିବା ଏବଂ ଖାଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି ରାଜ୍ୟ ସରକାର ।ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦୀକ୍ଷିତ ନେନେଙ୍କୁ ୨୦୨୫ ରେ ନିଯୁକ୍ତି କରାଯାଇଛି । ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ଦିଆଯାଇଛି । ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ବିଶ୍ବସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି ।ଯାହା ଦ୍ବାରା ଓଡିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ।
