ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ

ମାଧୁରୀ ଦୀକ୍ଷିତ ହେଲେ ଓଡ଼ିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର୍

ମାଧୁରୀ ଦୀକ୍ଷିତ ହେଲେ ଓଡ଼ିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର୍। ନୂଆ ବ୍ରାଣ୍ଡ ଆମ୍ବାସଡର୍ ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ। ଆସନ୍ତା ବର୍ଷେ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସଡର୍ ଦାୟିତ୍ବ ତୁଲାଇବେ ମାଧୁରୀ।ରାଜଧାନୀ ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାଧୁରୀ । ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । 

ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ ଓ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇଛନ୍ତି ।ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି ମାଧୁରୀ ।  ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତର କଥା କହିଲେ ମାଧୁରୀ ଦୀକ୍ଷିତ ।  ବୋମକାଇ ଓ ସମ୍ବଲପୁରୀ ଏହା କେବଳ ବୟନ ଓ ହସ୍ତତନ୍ତ ନୁହଁ ଇକତା ବୋଲି କହିଥିଲେ ମାଧୁରୀ । ଏହା ଓଡ଼ିଆଙ୍କ ସୃଜନଶୀଳତା ଏବଂ କଳା ଏବଂ ଅସ୍ମିତାର ବନ୍ଧନର ଜୀବନ୍ତ ପ୍ରମାଣ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ମେଳା ଲାଗି ରହିଛି । ବାହାର ରାଜ୍ୟର ବୁଣାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।