ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା

ବଢ଼ିଲା ଭତ୍ତା ଟଙ୍କା, ଏବେ ମିଳିବ ୧୦୦୦

ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା । ଏହି ଯୋଜନାରେ ୫ ଶହ ଟଙ୍କା ଅଧିକ ବୃଦ୍ଧି କରାଯାଇଛି । ସେହିପରି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଛି । ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ୟ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ପାଇବାର ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା । ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫ଶହ ଟଙ୍କା, ୭ଶହ ଟଙ୍କା ଓ ୯୦୦ ଟଙ୍କା ପାଉଥିଲେ । ହେଲେ ବର୍ଦ୍ଧିତ ପେନସନ ଅନୁଯାୟୀ ବର୍ତ୍ତମାନ ସେମାନଙ୍କୁ ଏବେ ଯଥାକ୍ରମେ ୧୦୦୦ ଟଙ୍କା, ୧୨୦୦ ଟଙ୍କା ଓ ୧୪୦୦ ଟଙ୍କା ମିଳିବ । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବ୍ରୁଆରୀ ମାସର ପେନସନ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ । ପୂର୍ବରୁ ବିଭିନ୍ନ ଅଞ୍ଚଳର ଲୋକମାନେ ମଧୁବାବୁ ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ରାଶି ପରିମାଣକୁ ବୃଦ୍ଧି କରିଛନ୍ତି ।