ମା’ ସମଲେଇଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ପୂଜାବିଧି

ପବିତ୍ର ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେଲେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି ଧବଳମୁଖି ବେଶ ଦର୍ଶନ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି ।

ତେବେ ବିଶ୍ବାସ ରହିଛି ଯେଉଁମାନେ ଗଙ୍ଗା, ଗୟା ଯାଇପାରିନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମାଙ୍କ ଏହି ବେଶକୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାରେ ମା’ଙ୍କୁ ଦର୍ଶନ କରିପାରିବେ, ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।