କଳଙ୍କ ଲଗାଇଲେ କାମନାଲୋଭୀ ଗୁରୁ !

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ଦୁଇ ଶିକ୍ଷକ !

ଗୁରୁ ଏମିତି ଏକ ଶବ୍ଦ ଯାହା ମୁକ୍ତିର ମାର୍ଗକୁ ପ୍ରଶସ୍ତ କରିଥାନ୍ତି । ଭୁଲ ଠିକ ବିଚାର କରିବାରେ ସାହାଯ୍ୟ କରିଥାନ୍ତି । ଆଉ ଭଲ ବାଟେ ଯାଇ ଉଚିତ କର୍ମ କରିବାକୁ ପ୍ରୋଶ୍ଚାହିତ କରିଥାନ୍ତି । ହେଲେ ଆଜି ବାଲି ଯାଇଛି ଏହି ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ । କିଛି କାମନାଲୋଭୀ ଗୁରୁଙ୍କ ପାଇଁ ଏହି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଶିକ୍ଷକ ହୋଇ ଛାତ୍ରୀଙ୍କ ସହ କୁକର୍ମ କରିଛନ୍ତି ଗୁରୁ । ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଏଭଳି ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ । ତେବେ ଏହି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ସଂପୃକ୍ତ ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁଇ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା କୁନ୍ଦେଇ ଥାନା ପୁଲିସ୍‌ ଶେଷରେ ସେମାନଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଦ୍ୱୟ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲାଗିଛି ।