ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG
ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ଏହି ନିୟମ । ପ୍ରଥମେ ସହରାଞ୍ଚଳରେ ଲାଗୁହେବ ନିୟମ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ କରାଯିବ ।୩ ମାସ ଭିତରେ ବଡ଼ ବଡ଼ ସହରରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣ ହେବ। ଗ୍ରାମାଞ୍ଚଳରେ ଜାରି ରହିବ ଏଲପିଜି ଗ୍ୟାସ। ଯେଉଁ ମାନଙ୍କର ପିଏନଜି ଅଛି ସେମାନଙ୍କୁ ଆଉ ଏଲପିଜି ମିଳିବ ନାହିଁ । ଏଲପିଜି ପାଇଁ ଇ-କେୱାଇସି କରାଯିବ । ସହରାଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ। ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ସଚିବ ଏବଂ ତେଲ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
