ଦୀପାବଳିରେ ସାଧାରଣ ଲୋକଙ୍କୁ ବଡ଼ ଝଟକା

ବଢିଲା ଏଲପିଜି ଦର

ଦୀପାବଳିରେ ସାଧାରଣ ଲୋକଙ୍କୁ ବଡ଼ ଝଟକା । ନଭେମ୍ବର ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି , ଯାହା ପକେଟକୁ ମଧ୍ୟ ପ୍ରଭାବିତ କରିବ। ହଁ, ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି । ୧୯ କେଜି ର ବାଣିଜ୍ୟିକ ଏଲପିଜି ସିଲିଣ୍ଡର ୬୨ ଟଙ୍କା ମହଙ୍ଗା ହୋଇଛି ।

୨୦୨୪ ନଭେମ୍ବର ପହିଲାରେ ତୈଳ କମ୍ପାନୀଗୁଡ଼ିକ ୧୯ କେଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରି ଦୀପାବଳିରେ ସାଧାରଣ ଲୋକଙ୍କୁ ଝଟକା ଦେଇଛନ୍ତି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ତୈଳ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ବର୍ଦ୍ଧିତ ମୂଲ୍ୟ ଆଜି ଅର୍ଥାତ୍ ୧ ନଭେମ୍ବର ୨୦୨୪ରୁ ଲାଗୁ ହୋଇଛି ।

ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ସ୍ଥିର କରାଯାଏ । ଶୁକ୍ରବାରଠାରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୬୨ ଟଙ୍କା ବୃଦ୍ଧି କରିଛନ୍ତି । ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ବଜାରରେ ମିଳୁଥିବା ଜିନିଷ ମହଙ୍ଗା ହୋଇଯିବ । ତେବେ ଆସନ୍ତୁ ଜାଣିବା ନୂଆ ଦରରେ କେଉଁଠି ରହିଛି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ । 

ଦିଲ୍ଲୀ : ୧୭୪୦ରୁ ୧୮୦୨ ଟଙ୍କା
କୋଲକାତାରେ :୧୮୫୦.୫୦ ଟଙ୍କାରୁ ୧୯୧୧.୫୦ ଟଙ୍କାକୁ ବୃଦ୍ଧି ପାଇଛି
ମୁମ୍ବାଇ : ୧୬୯୨.୫୦ ଟଙ୍କାରୁ ୧୭୫୪ ଟଙ୍କାକୁ ବୃଦ୍ଧି ପାଇଛି
ଚେନ୍ନାଇ : ୧୯୦୩ ଟଙ୍କାରୁ ୧୯୬୪ ଟଙ୍କାକୁ ବୃଦ୍ଧି

Leave a Reply

Your email address will not be published. Required fields are marked *