ଗୁରୁବାରଠାରୁ ପ୍ରବଳ ବର୍ଷା

ଅବପାତର ରୂପ ନେଲା ଲଘୁଚାପ !

ଆଜି ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଲଘୁଚାପ । ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପାଗରେ ପରବର୍ତ୍ତନ ଆସିଛି । ଏଥସହ ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ୨୦୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାର ୧୦ ଜିଲ୍ଲାକୁ ବି ୟେଲୋ ଆଲର୍ଟ ଜାରି କରାଯାଇଛି । ଶୁକ୍ରବାର ବେଳକୁ ଗଭୀର ଅବପାତ ଆନ୍ଧ୍ର ଉପକୂଳରୁ ରିକର୍ଭ କରିବ । ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ।