ଆଜି ଲଘୁଚାପ, ଜୁନ୍ ୧ ଯାଏଁ ବର୍ଷା
ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଜୁନ୍ ୧ ଯାଏଁ ବର୍ଷା। ଉପର ବାୟୁମଣ୍ଡଳୀୟ ଟ୍ରଫ୍ ଏବେ ମରଠାୱାଡା ଓ ପଡ଼ୋଶୀ ଉପରେ ଥିବା ନିମ୍ନଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ପରିସରରୁ ଉତ୍ତର ତେଲେଙ୍ଗାନା, ଦକ୍ଷିଣ ଛତିଶଗଡ଼ ଓ ଦକ୍ଷିଣ ଓଡ଼ିଶା ଦେଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଗତି କରୁଛି` ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହୋଇପାରେ। ଏଥିସହ ମଙ୍ଗଳବାର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ମେ’ ୨୯ରୁ ଜୁନ୍ ୧ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଓଡ଼ିଶା ଉପକୂଳ ଓ ବାହାରେ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
