ବାତ୍ୟା ଆକଳନ ହୋଇନି ସ୍ପଷ୍ଟ

୨୧ ରେ ଲଘୁଚାପ : ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଆସୁଛି ଲଘୁଚାପ । ୨୧ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ। ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ସୃଷ୍ଟି ହେବ ଲୋପ୍ରେସର। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ।କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣବଙ୍ଗୋପସାଗରର ଉପରେ ଏହା ଡିପ୍ରେସନର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆକଳନ କରାଯାଇପାରିବ ବୋଲି କୁହାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ତିନିଦିନ ଯାଏ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଆସନ୍ତାକାଲି ୧୪ ଜିଲ୍ଲା ଓ ୨୧ ତାରିଖରେ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଅକ୍ଟୋବର ମାସରେ ଲଘୁଚାପ ଆସୁଥିବାରୁ ଲୋକଙ୍କ ମଧ୍ୟରେପଶିଛି ଛନକା।