ସେପ୍ଟେମ୍ବର ୩ରେ ଆସୁଛି ଲଘୁଚାପ

ତାତିରୁ ମିଳିବ ଆଶ୍ଵସ୍ତି , ଆସୁଛି ଲଘୁଚାପ !

ଆସୁଛି ଆଉ ଏକ ଲଘୁଚାପ । ତେବେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଗୁଳୁଗୁଳିଆ ପାଗ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଥିବା ବେଳେ ଏବେ ତାତିରୁ ନିସ୍ତାର ମିଳିବ । କାହିଁକି ନା ସେପ୍ଟେମ୍ବର ଆରମ୍ଭରୁ ହିନ ଆସୁଛି ଆଉ ଏକ ଲଘୁଚାପ । ସେପ୍ଟେମ୍ବର ୩ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଫଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ।

ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା । ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ଉପରେ ପାରଦ। ଫଳରେ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଘଣ୍ଟା ହେଉଛନ୍ତି ଲୋକ । ସେପଟେ ଆଜିଠୁ ପାଗ ବଦଳିବା ସମ୍ଭାବନା ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।  ଏନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ସେପଟେ ଚାଷଜମି ଫାଟି ଆଁ କରିଥିବା ବେଳେ ଏହି ବର୍ଷାକୁ ଚଟକ ପରି ଚାହିଁଛି ଚାଷୀ ।