ଆଗାମୀ ୨୪ଘଣ୍ଟାରେ ଲଘୁଚାପ !

ବର୍ଷା ପାଇଁ ୧୭ ଟି ଜିଲ୍ଲାକୁ ସତର୍କତା ଜାରି !

ରାଜ୍ୟରେ ପ୍ରତି ମୁହୂର୍ତ୍ତରେ ବଦଲୁଚି ପାଣିପାଗ । ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଲଘୁଚାପ । ତେବେ ଏହାର ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ପୁରା ରାଜ୍ୟରେ ବର୍ଷା ହେବାନେଇ ସୂଚନା ରହିଛି । ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

କାଲିଠୁ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ବର୍ଷା ନେଇ ୧୭ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି ୩୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏଥି ନିମନ୍ତେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ତେବେ ଆଗାମୀ ସମୟରେ ବର୍ଷାର ପ୍ରଭାବ କେଟ ରହିବ ତାହା ପାଣିପାଗ ବିଭାଗ ସ୍ପଷ୍ଟ କରିବ ।