ପାର୍ବଣକୁ ଭିଜାଇବ ଲଘୁଚାପ ବର୍ଷା

୨୫ରେ ସୃଷ୍ଟିହେବ ଲଘୁଚାପ

ପୁଣି ଆସୁଛି ଲଘୁଚାପ । ଭିଜିବ ପାର୍ବଣ । ଏଥର ପୂଜାକୁ ଭିଜାଇବ ଲଘୁଚାପ ବର୍ଷା । ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ କ୍ଷେତ୍ର । ମିଆଁମ୍ୟାର- ବାଂଲାଦେଶ ତଟରେ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର ମଧ୍ୟରେ ଲୋପ୍ରେସର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ୨୩ତାରିଖରୁ ରାଜ୍ୟରେ ବଢିବା ବର୍ଷା । ୨୩ ତାରିଖରେ ପ୍ରବଳ ବର୍ଷା ନେଇ ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।୨୪ରେ ମଧ୍ୟ ସମାନ ସ୍ଥିତି ରହିବ । ୨୫ରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ । ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ୨୬ ଓ ୨୭ ତାରିଖରେ କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶା ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି।