ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ
ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ । ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ବାସଭବନରୁ ଲୁଟ୍ କରିଛି ଦୁର୍ବୃତ୍ତ । ଆଲମିରା ଲକର୍ ତାଡ଼ି ଲୁଟି ନେଲେ ୫୦ଲକ୍ଷ ଟଙ୍କାର ସୁନା ଗହଣା । ଘରେ କେହି ନଥିବା ବେଳେ ଲୁଟ୍ ହୋଇଥିବା ସୂଚନା । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ ଉପର ମହଲାରେ ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି ।
