ସାଧାରଣ ନିର୍ବାଚନ, ଖୁବଶୀଘ୍ର ହେବ ତାରିଖ ଘୋଷଣା

ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା!

ଖୁବଶୀଘ୍ର ଦେଶରେ ସାଧାରଣ ନିର୍ବାଚନ । କେବଳ ତାରିଖ ଘୋଷଣାକୁ ଅପେକ୍ଷା । ମାର୍ଚ୍ଚ ୧୩ ପରେ ବାହାରିପାରେ ଡେଟ୍ । ଏବେ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ଗସ୍ତ କରି କରୁଛନ୍ତି ସମୀକ୍ଷା । ପ୍ରକ୍ରିୟା ଶେଷ ହେବା ପରେ ହୋଇପାରେ ତାରିଖ ଘୋଷଣା । ଏନେଇ ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି । ନିର୍ବାଚନ ଅଧିକାରୀମାନେ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ଏହାପରେ ଉତ୍ତରପ୍ରଦେଶ ଓ ଜମ୍ମୁକାଶ୍ମୀରରେ କରିବେ ସମୀକ୍ଷା । ମାର୍ଚ୍ଚ ୧୩ ପୂର୍ବରୁ ସମସ୍ତ ରାଜ୍ୟ ବୁଲି ସାରିଥିବେ କେନ୍ଦ୍ରୀୟ ପୋଲ ସଂସ୍ଥାର ଅଧିକାରୀ । ଏହାପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନ କିଛି ମାସ ହେଲା ସମସ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ ସହ ଆଲୋଚନା କରୁଛନ୍ତି । ଇଭିଏମ ଗତିବିଧି, ଭୋଟ କେନ୍ଦ୍ରରେ ସୁରକ୍ଷା ଆଦି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଲୋକସଭା ଓ ବିଧାନସଭା ଭୋଟ ସ୍ୱଚ୍ଛ ଓ ଅବାଧ କେମିତି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି ।