ଟେଟ୍ରା ପ୍ୟାକ୍ ରେ ଆସିବ ମଦ

ଆଉ କାଚ ବୋତଲରେ ମିଳିବନି ମଦ

ଆଉ କାଚ ବୋତଲରେ ମିଳିବନି ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ । ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ଏହା ସହ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପେପର ବୋର୍ଡରେ ତିଆରି ହେବ ଟେଟ୍ରା ପ୍ୟାକ୍ ।

Leave a Reply

Your email address will not be published. Required fields are marked *