ନକଲି ସାର୍ଟିଫିକେଟ କାରବାର, ଅଧ୍ୟାପକ ଗିରଫ

କଲେଜ ସାର୍ ଦେଉଥିଲେ ନକଲି ସାର୍ଟିଫିକେଟ୍

ନକଲି ସାର୍ଟିଫିକେଟ୍ କରାଇଦାବାକୁ କହି ନେଉଥିଲେ ଲକ୍ଷାଧିକ ଟଙ୍କା । ପୋଲିସ ଜାଣିବା ପରେ ବନ୍ଧା ହେଲେ ଅଧ୍ୟାପକ । ଏଭଳଇ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ କରାଇଦେବାକୁ କହି ଅଧ୍ୟାପକ ତପନ କୁମାର ପୃଷ୍ଟି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର ଠାରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପକ ଅଛନ୍ତି ତପନ କୁମାର ପୃଷ୍ଟି । ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ମାଗିଥିଲେ ତପନ । ଏନେଇ ସଦର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନକଲି ସାର୍ଟିଫିକେଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।