ସବୁଜରୁ ହେଲା ଗେରୁଆ ହେଲା ଲକ୍ଷ୍ମୀ ବସ୍‌

ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ, ନାଁ

ବଦଳିଲା ଲକ୍ଷ୍ମୀ ବସ୍‌ର ରଙ୍ଗ । ସବୁଜରୁ ହେଲା ଗେରୁଆ। ଆଉ ସେଥିରେ ଲକ୍ଷ୍ମୀ ବସ୍‌ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଢେଙ୍କାନାଳରେ ଲକ୍ଷ୍ମୀ ବସ୍‌ର ହୋଇଛି ଏପରି ନବକଳେବର । ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନି। ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି। ଏଥିସହ ବସ୍‌ର ନାଁ ବି ବଦଳି ଯାଇଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି।