କଟକ ଘଟଣାରେ ମମତା ବାନାର୍ଜୀ-ପୃଥ୍ୱୀରାଜ ହରିଚନ୍ଦନ ମୁହାଁମୁହିଁ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ।ପଶ୍ଚିମ ବଙ୍ଗ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନିଜ କଥା ବୁଝନ୍ତୁ ମମତା। କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା। ସରକାର ସକ୍ଷମତାର ସହ ଦୁର୍ଘଟଣା କୁ ହ୍ୟାଣ୍ଡାଲ କରିଛନ୍ତି। କଟକର ପରିସ୍ଥିତି କଟକ ର ପାରିବେଶ ଯେଉଁ ଯେଉଁଭଳି ଆଗରୁ ଥିଲା ଏବେ ଶାନ୍ତ ଅଛି। ଶାନ୍ତ ଥିବା କଟକ କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟଦି ପବର୍ତ୍ତାଇବାକୁ ଚାହିଁବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ନିନ୍ଦନୀୟ କଥା। ଓଡ଼ିଶାରେ ଯେତବେଳେ ଵି ହିଂସା ହୋଇଛି ତାକୁ ସରକାର ଏପର୍ଯ୍ୟନ୍ତ ସଠିକତାର ସହ ହ୍ୟାଣ୍ଡଲ କରିଆସିଛନ୍ତି । ପଶ୍ଚିମବଙ୍ଗ ରେ ପ୍ରତିଦିନ କଣ ଘଟୁଛି ସେକଥା ମମତା ବାନାର୍ଜୀ ଠିକ ଢଙ୍ଗରେ ଦେଖିଲେ ସେ ଅନୁଭବ କରିବେ ତାଙ୍କର ବିଫଳତା, ଅକ୍ଷମତା କାରଣ । ପଶ୍ଚିମବଙ୍ଗ ରେ ଆଜି ଆଇନ ଶୃଙ୍ଖଳା ଧୂସ୍ତ ହୋଇଛି । ସେ କଥା ସେ ଅନୁଧ୍ୟାନ କରନ୍ତୁ । ମମତା ଙ୍କ ଟିପ୍ପଣୀ ଓଡ଼ିଶା ବାସି ଆଶା କରୁନାହାନ୍ତି । ସରକାର ଉପରେ ଓଡ଼ିଶାବାସୀଙ୍କ ଭରସା ଅଛି । ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା । ଓଡ଼ିଶାର ଭାଷା, ସଂସ୍କୃତି କୁ ବଦନାମ କରିବାକୁ ସେ କୌଣସି ସୁଯୋଗ ଛାଡ଼ିନାହାନ୍ତି । ପଶ୍ଚିମବଙ୍ଗ ଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ ।ମମତା ବାନାର୍ଜୀ କହିଥିଲେ, କଟକ ଆଜି ଜଳୁଛି । କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି । ବିଜେପି ପାର୍ଟି ସମ୍ପ୍ରଦାୟିକ ହିଂସା କରାଇଛି କଟକ ରେ । ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରି ଦେବେ । ଦୁଃଖ ର ସହ କହୁଛି ମୁଁ ବହୁତ ସରକାର ଦେଖିଛି କିନ୍ତୁ ଏମିତି ଅହଂକାରୀ ସରକାର ଦେଖିନି । ସେମାନେ ମନେ ରଖିବା ଦରକାର ଆଜି କ୍ଷମତା ଅଛି କାଲି କି ନଥିବ । କୌଣସି ଜିନିଷ ସ୍ଥାୟୀ ନୁହେଁ ।
