ବିଳମ୍ବିତ ରାତି ଯାଏ ବିଜେପିର ମାନସ ମନ୍ଥନ

ଆଜି ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା!

ବିଳମ୍ବିତ ରାତି ଯାଏ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ବଳକା ୩ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହୋଇଛି ମାନସ ମନ୍ଥନ । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ବସିଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ଘଣ୍ଟା ଧରି ଆଲୋଚନା ହଇଥିଲା। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବଳକା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ଆଜି ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଆସିପାରେ ବୋଲି ଚର୍ଚ୍ଚା ହେଉଛି ।