୬ ଲୋକସଭା, ୪୨ ବିଧାନସଭା ସିଟ ପାଇଁ ଭୋଟିଂ

ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ୟ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ପ୍ରଥମେ ମକ୍‌ ପୋଲ ପରେ ଆରମ୍ଭ ହୋଇଛି ମତଦାନ । ଭୋଟ୍‌ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଦେଖିବାକୁ ମିଳିଛି । ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୯ଟା ସୁଦ୍ଧା ଜଗତସିଂହପୁରରେ ସର୍ବାଧିକ ଭୋଟିଂ ହୋଇଛି । ସେଠାରେ ମତଦାନ ହାର ୮.୫୪ ପ୍ରତିଶତ ରହିଛି । ସେହିପରି ବାଲେଶ୍ୱରରେ ୭.୪୬ %, ଭଦ୍ରକରେ ୭.୭୯ %, ଯାଜପୁରରେ ୭.୭୪ %, କେନ୍ଦ୍ରାପଡ଼ାରେ ୭.୨୭% ଓ ମୟୂରଭଞ୍ଜରେ ୭.୩୩% ପ୍ରତିଶତ ଭୋଟିଂ ହୋଇଛି ।