ସିକ୍କିମରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ, ୪ ମୃତ, ୩ ଜଣ ନିଖୋଜ
ପଶ୍ଚିମ ସିକ୍କିମର ୟାଙ୍ଗଥାଙ୍ଗ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘଟଣାରେ ୪ ଜଣଙ୍କ ମୃତ୍ୟୁ, ୩ ଜଣ ନିଖୋଜ ହୋଇଛନ୍ତି । ହୁମି ନଦୀରେ ବନ୍ୟା ଆସି ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତରେ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ଆଉ ୩ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ଅଞ୍ଚଳର ଉପର ରିମ୍ବି ଅଞ୍ଚଳରେ ଘଟିଛି । ଯେଉଁଠାରେ ମଧ୍ୟରାତ୍ରିରେ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନରେ ଫସି ରହିବା ପରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଭୂସ୍ଖଳନର ସୂଚନା ପାଇ ପୋଲିସ ଏବଂ ଏସଏସବି କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ଉଦ୍ଧାରକାରୀ ଦଳ ଏକ ଗଛ ସାହାଯ୍ୟରେ ଏକ ଅସ୍ଥାୟୀ ସେତୁ ନିର୍ମାଣ କରି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିକ୍କିମରେ ପ୍ରବଳ ବର୍ଷା ହେବା କାରଣରୁ ସଂପୂର୍ଣ୍ଣ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ଦେଖାଦେଇଛି ।
