ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁ ଭୂସ୍କଳନ

ବାଦଲଫଟା ବର୍ଷା ଯୋଗୁ ଭୂସ୍କଳନ ଓଡ଼ିଆ CISF ଯବାନ ଶହୀଦ

ଜାମ୍ମୁ କାଶ୍ମୀରର କିସ୍ତୱାର ଠାରେ ବାଦଲଫଟା ବର୍ଷାରେ ଓଡ଼ିଆ CISF ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନ ଜଣକ ପରଜଙ୍ଗ ଥାନା ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ । ହଠାତ ବାଦଲଫଟା ବର୍ଷା ହେବା ଫଳରେ ଭୂସ୍କଳନ ହୋଇଥିଲା । ଯବାନମାନେ ରହୁଥିବା କ୍ୟାମ୍ପ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତେବେ କ୍ୟାମ୍ପ ଭିତରେ ଥିବା ମନୋଜଙ୍କ ସେଠାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମନୋଜଙ୍କ ମୃତ୍ୟୁଖବର ଆଜି ପରିବାର ଲୋକ ପାଇଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମାଣିକମରାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।