ଦାରିଙ୍ଗିବାଡ଼ି ବ୍ଲକ ସାଡ଼ାଙ୍ଗ ଡ୍ୟୁ ଘାଟିରେ ଭୂସ୍ଖଳନ

ଦାରିଙ୍ଗିବାଡ଼ି ବ୍ଲକ ସାଡ଼ାଙ୍ଗ ଡ୍ୟୁ ଘାଟିରେ ଭୂସ୍ଖଳନ

କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ସାଡ଼ାଙ୍ଗ ଡ୍ୟୁ ଘାଟିରେ ଭୂସ୍ଖଳନ । ଘାଟିରୁ ଖସିଲା ବିରାଟ ପଥର ଓ ମାଟି ଅତଡ଼ା ।  ଦାରିଙ୍ଗିବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ର ଗାହାକିଆରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟିଛି ।  ମୁଖ୍ୟ ରାସ୍ତାରେ ବଡ଼ ବଡ଼ ପଥର ପଡ଼ି ଗାହାକିଆରୁ ଗସାପାଙ୍ଗା ରାସ୍ତା ଅବରୋଧ ହୋଇଛି । ଘାଟିରୁ ବଡ଼ ପଥର ଖସି ମୁଖ୍ୟ ରାସ୍ତା ଉପରେ ପଡ଼ିବା ପରେ ସୋନପୁର ପଞ୍ଚାୟତର ସିନ୍ଦିପାଙ୍ଗା, ବନ୍ଦାପାଙ୍ଗା ଓ ଗସାପାଙ୍ଗା ଗାଁକୁ ଯାତାୟାତରେ ବାଧା ଉପୁଜିଛି  ।  ବର୍ତ୍ତମାନ ଯାଇଁ ଏହି ରାସ୍ତାରୁ ପଥର ହଟା ଯାଇନଥିବା ବେଳେ ଜରୁରୀକାଳୀନ ସେବାରେ ଆମ୍ବୁଲାନ୍ସ ଓ ଗାଡି ମୋଟର ଚଳାଚଳରେ ସମସ୍ୟା ଦେଖାଦେଇଛି ।