ସରଣ୍ଡାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ସହିଦ
ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସିଆର୍ପିଏଫ୍ର ଜଣେ ସବ୍ଇନ୍ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଥିବାବେଳେ ଯବାନ ପାର୍ଥ ପ୍ରତୀମ ଦେ’ ଗୁରୁତର ଆହତ ହୋଇଛନ୍ତି। ଶନିବାର ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ହଠାତ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ସିଆର୍ପିଏଫ୍ ୧୯୭ ବାଟାଲିୟନ୍ର ଦୁଇଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ଛୋଟାନାଗରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଥିଲା। ତେବେ ରାଞ୍ଚିରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲ ମଣ୍ଡଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୪ ଦିନ ତଳେ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ସିଆର୍ପିଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ।
