ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଆହତ

ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ବିସ୍ଫୋରଣରେ ଦୁଇ ଯବାନ ଆହତ। କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ବିସ୍ଫୋରଣ। ପିକ୍ଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଯବାନ ଗୁରୁତର। ବିଜାପୁର ଭୋପାଲପାଟନମ ଜାତୀୟ ରାଜପଥରେ ନକ୍ସଲମାନେ ଯବାନଙ୍କ ଏକ ପିକ୍ ଅପ୍ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଗୋର୍ଲା ନାଲା ଗାଁ ନିକଟରେ ମାଓବାଦୀ ମାନେ ଏହି ଲେଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ପରେ ମାଓବାଦୀ ମାନେ ଯବାନଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଛନ୍ତି । ଏହି ଘଟଣାରେ ଦୁଇ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *