ରାୟଗଡ଼ାରେ ‘ଲକ୍ଷ୍ମୀ’

ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ରାୟଗଡାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ଗାଁଲୋକଙ୍କ ଜୀବନରେ ଗତି, ପ୍ରଗତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ଯୋଜନା ଦ୍ବାରା ଗାଁଲୋକଙ୍କ ସାମାଜିକ ସଂସ୍କାର ସହ ଅର୍ଥନୀତି ମଜଭୁତ ହେବ। ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ପିଲାଙ୍କୁ ସ୍କୁଲ କଲେଜ ସହ ଚାଷୀଙ୍କୁ ମାର୍କେଟ ସହ ଯୋଡ଼ିବ। ରୋଗୀଙ୍କୁ ହସ୍ପିଟାଲ ଯାଏ ନେବ ଲକ୍ଷ୍ମୀ ବସ୍ । ଲକ୍ଷ୍ମୀବସର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକ ।