‘ଲକ୍ଷ୍ମୀ’ ବସରେ ଅଭାବନୀୟ ଦ୍ରୁଶ୍ଯ !

ଝରକା ଦେଇ ଚଢିଗଲେ ବଣ୍ଡା ମହିଳା !

ବସରେ ଅଭାବନୀୟ ଘଟଣା । ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ମହିଳା ଜଣଙ୍କ । ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବସ୍‌ ଷ୍ଟାଣ୍ଡରେ । ନୂଆକରି ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଚାଲୁଥିବା ବସରେ ଏଭଳି ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁସାରେ ମାଲକାନଗିରି ଖଇରପୁଟ୍‌ ସାପ୍ତାହିକ ହାଟ ଚାଲୁଥିବା ବେଳେ ଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍‌ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍‌ । ଲକ୍ଷ୍ମୀ ବସରେ ବସିବା ଲାଗି ଯାତ୍ରୀଙ୍କ ମଧ୍ୟରେ ରୀତିମତ ପ୍ରତିଯୋଗିତା ଲାଗିଯାଇଛି ।

ଖଇରପୁଟ ସଦରରୁ ବଣ୍ଡାଘାଟିକୁ ଯାଉଥିବା ଏହି ବସରେ ବଣ୍ଡା ଯାତ୍ରୀମାନେ ଚଢ଼ିବା ଲାଗି କସରତ କରୁଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି । ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝର ଦେଇ ବସ୍‌ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍‌ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍‌କୁ ଭଙ୍ଗାରୁଜା କରିଥିଲେ। ବସ୍‌ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍‌ କର୍ମଚାରୀଙ୍କ ତାଗିଦ୍‌କୁ ଖାତିର କରିନଥିଲେ। ତେବେ ଏଭଳି ଘଟଣା ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।