ସାମ୍ବାଦିକା ମୃତ୍ୟୁ ଘଟଣା, ସ୍ୱାମୀ ଓ ଦିଅର ମାରିଦେଇଥିବା ଅଭିଯୋଗ କଲେ ପରିବାର

ସାମ୍ବାଦିକା ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା

ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ମୃତ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପରିବାରଲୋକେ ହତ୍ୟା କରାଯାଇଥିବା ଅଭିଯୋଗ । ମଧୁମିତାଙ୍କ ସ୍ୱାମୀ ଓ ତାଙ୍କ ଭାଇ ଏପରି କରିଥିବା ସନ୍ଦେହ କରିଛନ୍ତି । ସ୍ୱୀମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା । ଏପରିକି ଦୁଇ ଦିନ ତଳେ ଫିନାଇଲ୍ ପି’ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧୁମିତା। ତେଣୁ ଯୋଜନାବଦ୍ଧ ଭାବେ ଗତକାଲି ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଓ ଭଉଣୀ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମିଳିଛି ।

ସେପଟେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନା । ଅପରପକ୍ଷେ ମୃତ୍ୟୁ ପୂର୍ବରୁ ସଂପୃକ୍ତ ସାମ୍ବାଦିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି ।ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ମହିଳା ସାମ୍ବାଦିକ ଜଣକ କହୁଛନ୍ତି ।

Leave a Reply

Your email address will not be published. Required fields are marked *