ଦୀପକର ହେବ ଲାଏ ଡିଟେକ୍ସନ ଟେଷ୍ଟ
ସତ ଉଗାରିବ ଲେଡି କନଷ୍ଟେବଳ । ଖୁବଶୀଘ୍ର ଦୀପକ ରାଉତର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଗତକାଲି ଝାରପଡା ଜେଲରେ ଦୀପକକୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ ତଥ୍ୟ ଜଣାପଡ଼ିଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ଦୀପକ ହତ୍ୟା କରିଥିବା ତଦନ୍ତ ବେଳେ ପ୍ରମାଣ ମିଳିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଉଥରେ ଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଚୁଡ଼ାନ୍ତ ରିପୋର୍ଟରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃ ଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବୋଲି ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।୨୦୨୨ ମାର୍ଚ୍ଚ ମାସ ୧୭ ତାରିଖରେ ଅପର୍ଣ୍ଣାଙ୍କ ସହ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ରାଧାକିଶୋର ପୁରଠାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୋଲିସ ଆଗରେ କହିଥିଲା ଦୀପକ । ତଦନ୍ତକାରୀ ଅଧିକାରୀ ଡିଏସପି ଅଜୟ ଦାସ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ ତତ୍କାଳୀନ ଖୁଣ୍ଟୁଣି ଥାନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ।ଅପର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ଓ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହିତ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଦୀପକର ଭାଇ, ଭାଉଜଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଦୀପକର ଧରମ ଭଉଣୀ ତଥା କମିସନରେଟ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ।
