ଅଭୟାଙ୍କୁ କେବେ ମିଳିବ ନ୍ୟାୟ?

ଅଭୟା ଘଟଣାକୁ ନେଇ ବଡ଼ ସସପେନ୍ସ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭୟାଙ୍କୁ କେବେ ମିଳିବ ନ୍ୟାୟ । କିଏ କହୁଛି ସତ ସଞ୍ଜୟ ରାୟ ନା ସନ୍ଦୀପ ଘୋଷ । ସନ୍ଦୀପ ଘୋଷଙ୍କୁ ସୋମବାର ସିବିଆଇ ଗିରଫ କରିଥିବା ବେଳେ ଏପଟେ ବୟାନ ବଦଳାଇଛି ସଞ୍ଜୟ ରୟ । ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି । ସେ କହିଛି, ସେଦିନ ଅର୍ଥାତ ୯ ତାରିଖ ରାତିରେ ମେଡିକାଲ୍ ତୃତୀୟ ମହଲାରେ ଥିବା ସେମିନାର୍ ହଲକୁ ସେ ଯାଇଥିଲା । ହେଲେ ସେଠି ଜଣେ ଯୁବତୀ ପୂର୍ବରୁ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ । ଏସବୁକୁ ଦେଖି ସେ ଡରି ସେଠୁ ଫେରି ଚାଲିଆସିଥିଲା । ତେଣୁ ଏହି ଘଟଣାରେ ତା’ର କୌଣସି ଦୋଷ ନଥିବା ସେ କହିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଖାଲି ଏତିକି ଯେ ତାହା ନୁହେଁ, ସଞ୍ଜୟ ନିଜକୁ ନିର୍ଦ୍ଦୋଷ ମଧ୍ୟ ଦର୍ଶାଇଛି । ସଞ୍ଜୟର ଏପରି କଥାକୁ ନେଇ ଏବେ ଘଟଣା ନୂଆ ମୋଡ଼ ନେଉଛି । ଯଦି, ଏପରି ହୁଏ ତାହେଲେ ଅଭୟାକାଣ୍ଡକୁ ନେଇ ସସପେନ୍ସ ଆହୁରି ବଢ଼ିଛି । ଘଟଣାରେ ଆଉ କିଏ ସଂପୃକ୍ତ ତାକୁ ନେଇ ବି ପୁଣି ସନ୍ଦେହ ଉପୁଜିଛି । ସିବିଆଇ ଏବେ ଏହି ସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ସଞ୍ଜୟର ଏହି ବୟାନ ଯେମିତି ଚାଞ୍ଚଲ୍ୟ ସୃଷ୍ଟି କଲାଣି ।
ସେପଟେ ସନ୍ଦୀପ ଘୋଷଙ୍କୁ ଦୁର୍ନୀତି ମାମଲାରେ ଗତକାଲି ସିବିଆଇ ଗିରଫ କରିଥିଲ। ସନ୍ଦୀପଙ୍କୁ ପଚରାଉଚରା ପାଇଁ ନିଜାମ ପ୍ୟାଲେସ ସ୍ଥିତ କାର୍ୟ୍ୟାଳୟକୁ ନେଇଛି ସିବିଆଇ। କେବଳ ସନ୍ଦୀପ ନୁହଁନ୍ତି, ତାଙ୍କ ସହ ଦୁଇ ଜଣ ଭେଣ୍ଡର ବିପ୍ଲବ ସିଂହ ଏବଂ ସୁମନ ହଜାରାକୁ ମଧ୍ୟ ସିବିଆଇ ଗିରଫ କରିଛି। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ଏପରିକି କଲେଜରେ ଆର୍ଥିକ ଅନିୟମିତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *