ଏୟାରପୋର୍ଟ ଏଜି ଛକରେ ରାସ୍ତାରୋକ
ରାଜଧାନୀରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଛନ୍ତି । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କିନ୍ନର ସଂଘ । ହତ୍ୟାକାରୀକୁ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଓ ମୃତକ ପରିବାରରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଏପଟେ ହତ୍ୟାକାଣ୍ଡର ତଦନ୍ତ କରୁଛି ପିପିଲି ପୋଲିସ। ମର୍ଡର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ପୋଲିସ।
