KIIT ଛାତ୍ରୀ ମୃତ୍ୟୁ ଘଟଣା: ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ବଡ଼ ବୟାନ

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା, ୫ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି । ୩ ନିର୍ଦ୍ଦେଶକ ହେଉଛନ୍ତି ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଗିରଫ କରାଯାଇଛି । ସୁରକ୍ଷାକର୍ମୀ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଉଛି। ସେପଟେ କିଟ୍‌ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା। କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ । କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଛନ୍ତି । କମିଟିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ବି ରହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ କମିଟିରେ ସ୍ଥାନିତ ପାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନ୍ୟାୟ ଦେବା ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ।