ଶ୍ରୀମନ୍ଦିରରେ ହେବ ଖସାପଡ଼ା ନୀତି

୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ ।   ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ସୂଚନା ମୁତାବକ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦଇତାପତି ସେବକମାନେ ରତ୍ନ ସିଂହାସନ ଉପରେ ଚଢ଼ି ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ।  ଶ୍ରୀଜୀଉଙ୍କ ଶ୍ରୀପୟର ସୁରକ୍ଷା ଲାଗି ଖସାପଡ଼ା ନୀତି କରାଯାଇ ଥାଏ ।ବର୍ଷକରେ ୨ ରୁ ୩ ଥର ଏହି ନୀତି ସମ୍ପାଦନ କରାଯାଇଥାଏ। ଖସାପଡ଼ା ନୀତି ଶେଷ ପରେ ନୀତିକାନ୍ତି ପୂର୍ବ ଭଳି ଆଗକୁ ବଢ଼ିବା ସହ ସାଧାରଣ ଦର୍ଶନ ଆରମ୍ଭ ହେବ ।