ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍ପେଣ୍ଡ
ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍ପେଣ୍ଡ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର। NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍। ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରି ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଥିଲା। ଏନ୍କାଉଣ୍ଟରର ୬୦ ଦିନ ମଧ୍ୟରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବାର ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ହୋଇନଥିଲା। ଫଳରେ ଅଭିଯୁକ୍ତକୁ ଜାମିନ ପାଇବା ସହଜ ହୋଇଥିଲା। କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ତଦନ୍ତ ଅଭିଯୋଗରେ ଶ୍ରୀ ବେହୁରାଙ୍କୁ ନିଲମ୍ବନ କରାଯାଇଛି।
