ଖାମେନେଇଙ୍କ ପୁଅ ନୂଆ ସୁପ୍ରିମ ଲିଡର

ନୂଆ ସୁପ୍ରିମ ଲିଡର ହେଲେ ମୁଜତୋବା ଖାମେନେଇ

ଖାମେନେଇଙ୍କ ପୁଅ ନୂଆ ସୁପ୍ରିମ ଲିଡର । ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ ଲିଡର ଭାବେ ତାଙ୍କ ପୁଅ ମୁଜତୋବା ଖାମେନେଇଙ୍କ ନାଁ ଘୋଷଣା କରାଯାଇଛି। ପ୍ରିୟଜନଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି ମୁଜତାବା । ଏହି ଆକ୍ରମଣ ଜାରି ରହିବ ।ମୁଜତୋବା ୧୯୬୯ ମସିହାରେ ମଶହଦ ସହରରେ ଜନ୍ମ ହୋଇଥିଲେ । ଧାର୍ମିକ ମାହୋଲରେ ତାଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଇରାକ ଯୁଦ୍ଧ ସମୟରେ ସେ ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନ ହେବ ତାଙ୍କୁ ପିତା ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ ଅନେକ ଦେଖୁଥିଲେ । ସେ କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ।ଜଣେ ବରିଷ୍ଠ ସିହା ଧର୍ମଗୁରୁ ଏବଂ ସିହା ବିଦ୍ୱାନ ନିଶ୍ଚିତ ଭାବେ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ ହେବେ । ୮୮ ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ନେଇ ଗଠିତ ଆସେମ୍ବଲି ଅଫ୍ ଏକ୍ସପର୍ଟ୍ ତାଙ୍କୁ ଚୟନ କରାଯାଇଛି ।

Leave a Reply

Your email address will not be published. Required fields are marked *