ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଲଣ୍ଡନ ପଳାଇଲେ ଖାଲିଦା

ଦେଶ ଛାଡିଲେ ଖାଲିଦା ଜିଆ

ଶେଖ୍ ହସିନାଙ୍କ ପରେ ଦେଶ ଛାଡିଲେ ଖାଲିଦା ଜିଆ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ବାଂଲାଦେଶ ଛାଡି ପଳାଇଲେ ଲଣ୍ଡନ। ଦେଶରେ ହିନ୍ଦୁଙ୍କ ବିରୋଧରେ ଲଗାତାର ହିଂସା ଚାଲିଥିବା ବେଳେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷା ଖାଲିଦା ଜିଆ ମଧ୍ୟ ଦେଶ ଛାଡି ଲଣ୍ଡନ ଯାଇଛନ୍ତି। ଜିଆଙ୍କ ଅନାଥାଶ୍ରମ ଟ୍ରଷ୍ଟ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବାକୁ ଯାଉଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ଆସିଛି। ଶେଖ୍ ହସିନାଙ୍କ ପରେ ଖାଲିଦା ଜିଆ ହେଉଛନ୍ତି ବାଂଲାଦେଶର ଦ୍ୱିତୀୟ ବଡ଼ ନେତା ଯିଏ ଦେଶ ଛାଡିଛନ୍ତି। ଖାଲିଦା ଜିଆଙ୍କ ବିଏନପି ଦଳ ଅନ୍ତରୀଣ ସରକାରକୁ ସମର୍ଥନ କରି ଆସୁଥିଲେ ମଧ୍ୟ ବର୍ତ୍ତମାନର ସରକାର ଓ ବିଏନପି ମଧ୍ୟରେ କିଛି ଦିନ ହେବ ତିକ୍ତ ସମ୍ପର୍କ ରହିଛି। ବର୍ତ୍ତମାନର ସରକାରଙ୍କ ନିକଟତର ଲୋକଙ୍କୁ ନେଇ ନୂଆ ଦଳ ଗଠନର ଚର୍ଚ୍ଚା ହେବା ପରଠାରୁ ସରକାର ଓ ବିଏନ୍‌ପି ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ତେବେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଖାଲିଦା ଜିଆ ଦେଶ ଛାଡିଥିବା କହିଛନ୍ତି।