କେଜ୍ରିୱାଲଙ୍କୁ ମିଳିବ Z ବର୍ଗର ସୁରକ୍ଷା
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ ହେଉଛନ୍ତି ଅରବିନ୍ଦ କେଜରିୱାଲ । ତାଙ୍କୁ Z ବର୍ଗର ସୁରକ୍ଷା ଜାରି ରହିବ । ସୁରକ୍ଷା ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନେଇଛି ।କେଜ୍ରିୱାଲଙ୍କୁ Z ବର୍ଗର ସୁରକ୍ଷା ବର୍ତ୍ତମାନ ପାଇଁ ବଜାୟ ରଖାଯାଇଛି । ତଥାପି, ଆଇବି ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ବିପଦ ଆଶଙ୍କା ପରେ ଏ ବିଷୟରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସର ସୁରକ୍ଷା ଶାଖା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପଠାଇପାରିବେ । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ କେଜ୍ରିୱାଲ । ବିକାଶ ଦିଗରେ ନୁହେଁ ବିନାଶ ଦିଗରେ ମୋଦୀ କାମ କରୁଛନ୍ତି ବୋଲି କହିଥିଲେ କେଜ୍ରିୱାଲ ।
କେଜ୍ରିୱାଲଙ୍କ Z ବର୍ଗର ସୁରକ୍ଷା ବର୍ତ୍ତମାନ ପାଇଁ ବଜାୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସର ସୁରକ୍ଷା ଶାଖା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପଠାଇପାରିବ କେଜ୍ରିୱାଲ ଅନ୍ୟ ରାଜ୍ୟର ସୁରକ୍ଷା ନେଇ ପାରିବେ ନାହିଁ କିମ୍ବା ଅନ୍ୟ ରାଜ୍ୟରୁ ସୁରକ୍ଷା ମିଳିପାରିବ । ଅନ୍ୟ ରାଜ୍ୟରୁ ଜଣେ VVIP ଆସି ତାଙ୍କ ସହିତ ସୁରକ୍ଷା ନେଇଥାନ୍ତି, ତେବେ ତାଙ୍କୁ ମଧ୍ୟ କେବଳ ୭୨ ଘଣ୍ଟା ପାଇଁ ସୁରକ୍ଷା ମିଳିପାରିବ । ସେଥିପାଇଁ ମଧ୍ୟ ଦିଲ୍ଲୀ ପୋଲିସକୁ ସୂଚନା ଦେବାକୁ ପଡିବ ଯଦି ସୂଚନା ଦେବେ ନାହିଁ ତାହେଲେ ଏହା ଆଇନଗତ ଭୁଲ ।
